Advertisement

ସୁସ୍ଥ ଅଛନ୍ତି ତନୁଜା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟ୍ରେସ୍‌ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ସର୍ଜରୀ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି। ଏବେ କିନ୍ତୁ ଗୋଟିଏ ସପ୍ତାହ ପାଇଁ ହସ୍ପିଟାଲରେ ରହିପାରନ୍ତି। ଏହାପରେ ତାଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିପାରେ। ତନୁଜା ବଲିଉଡ୍‌ ନାୟିକା କାଜଲଙ୍କ ମା’। ଗୋଟିଏ ପଟେ କାଜଲଙ୍କ ଶ୍ୱଶୁର ତଥା ଅଜୟ ଦେବଗନଙ୍କ ପିତା ଭିରୁ ଦେବଗନଙ୍କ ହଠାତ୍‌ ଦେହାନ୍ତ ପରେ ପରେ ତନୁଜାଙ୍କ ଅସୁସ୍ଥତା କାଜଲଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା। ଏବେ କିନ୍ତୁ ତନୁଜା ସୁସ୍ଥ ହେବା ପରେ କାଜଲ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share