Advertisement

ସୁସ୍ଥ ଅଛନ୍ତି ରସିଦ ଖାଁ

ଟଣ୍ଟନ,୯ା୬: ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାଁ ଏବେ ଫିଟ୍‌ ଅଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଲୋକି ଫର୍ଗୁସନଙ୍କ ଏକ ଶଟ୍‌ ପିଚ ବଲ ରସିଦଙ୍କ ହେଲମେଟରେ ବାଜିଥିଲା। ଏହାପରେ ସେ ମ୍ୟାଚ୍‌ରେ ଅଂଶଗ୍ରହଣ କରି ନ ଥିଲେ। ଏପରି କି ବୋଲିଂ କରିବାକୁ ମଧ୍ୟ ପଡ଼ିଆକୁ ଆସି ନ ଥିଲେ। ଫଳରେ ତାଙ୍କ ବିନା ଆଫଗାନିସ୍ତାନ ଦଳ ୧୭୩ ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଏହା ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳର କ୍ରମାଗତ ୩ୟ ପରାଜୟ। ଦଳ ପୂର୍ବରୁ ମହମ୍ମଦ ଶହଜାଦଙ୍କୁ ଆହତ ସମସ୍ୟା ଯୋଗୁ ହରାଇ ସାରିଛି। ରସିଦ ଏବେ ଭଲ ଅନୁଭବ କରୁଛନ୍ତି। ୧୪୦ କିମି ବେଗରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା। ତାଙ୍କୁ ଟିମ୍‌ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ବୋଲି ଦଳୀୟ ଅଧିନାୟକ ଗୁଲବଦିନ ନାଇବ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel