ସୁସ୍ଥ ଦାନ୍ତ ପାଇଁ…

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। ଅଳ୍ପ ସାବଧାନତା ହିଁ ଆମ ଦାନ୍ତକୁ ସୁସ୍ଥ ରଖିଥାଏ।
-ଆଜିକାଲି ପିଲାଠାରୁ ବୟସ୍କ ସମସ୍ତଙ୍କର ପସନ୍ଦ କ୍ୟାଣ୍ଡି ଚକୋଲେଟ୍‌। ହେଲେ ଏଥିରେ ଥିବା ଅଠାଳିଆ ଅଂଶ ଦାନ୍ତରୁ ସହଜରେ ଛାଡି ନ ଥାଏ। ଫଳରେ ଏହାକୁ ବେଶୀ ମାତ୍ରାରେ ଖାଇଲେ କିଛିଦିନ ପରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ।
-ରିଫାଇନ୍‌ ମଇଦାରେ ପ୍ରସ୍ତୁତ ହ୍ବାଇଟ୍‌ ବ୍ରେଡ୍‌ ମଧ୍ୟ ଦାନ୍ତ ପାଇଁ ହାନିକାରକ। କାରଣ ଏହାକୁ ଖାଇଲେ ଏହା ଦାନ୍ତରେ ଅଠା ଭଳି ଲାଗିଯାଇଥାଏ। ଏହାସହ ଏଥିରେ ଥିବା ଅତ୍ୟଧିକ ପରିମାଣର କାର୍ବୋହାଇଡ୍ରେଟ୍‌ ଦାନ୍ତ ପାଇଁ ମଧ୍ୟ ହାନିକାରକ ହୋଇଥାଏ।
-କଫିରେ ରହିଛି ପ୍ରଚୁର ପରିମାଣରେ ଏସିଟିକ୍‌ ଗୁଣ। ଯାହା ମୁଖର ପିଏଚ୍‌ ସ୍ତରକୁ କମ୍‌ କରିଥାଏ। ଫଳରେ ଦାନ୍ତ ଦୁର୍ବଳ ହେବା ସହ ଏହା ମଧ୍ୟରେ କଣା ହୋଇଯାଇଥାଏ।
-କଫି ହେଉଛି ଏକ ଡାର୍କ ଡ୍ରିଙ୍କ। ତେଣୁ ଏହାକୁ ନିୟମିତ ପିଇଲେ ଏହାଦ୍ୱାରା ଦାନ୍ତ ଉପରେ ଏକ ପରଳ ଜମା ହୋଇଯାଇଥାଏ। ଫଳରେ କମ୍‌ଦିନ ମଧ୍ୟରେ ଦାନ୍ତ ନଷ୍ଟ ହୋଇଯାଇଥାଏ।