Categories: ଜାତୀୟ

ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ ଏକ ସୁସ୍ଥ ସନ୍ତାନ ପ୍ରସବ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ସେ ଓ୍ବରଙ୍ଗଲର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ସପ୍ତାହରେ ତାଙ୍କୁ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ସିଜରିଆନ୍‌ ଡେଲିଭରି ପରେ ତାଙ୍କର ମୃତ୍ୟୁ ହୋଇଛି। ଡାକ୍ତର ରମେଶ ରେଡ୍ଡୀଙ୍କ ସୂଚନା ମୁତାବକ ଶିଶୁଟି ଏବେ ସୁସ୍ଥ ଅଛି।

Share