ସୁସ୍ଥ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ଶରୀର ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆଲୋଭେରାକୁ ଆୟୁର୍ବେଦ ଭାଷାରେ ଘି କୁଆଁରୀ କୁହାଯାଏ। ଆଲୋଭେରା ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର ଥିବା ଆଲୋଭେରା ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଏଥିରେ ଭିଟାମିନ, ମିନେରାଲ୍ସ, ଓ ଆଣ୍ଟିଅକ୍ସିଡାଣ୍ଟସ ରହିଥାଏ ।
*ଆଲୋଭେରା ଜୁସ୍‌ ପିଇଲେ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ।
*ଲିଭର ଡିସଅର୍ଡର ଏନିମିଆ, ପୋଲିଓ ଭଳି ରୋଗ ପାଇଁ ଏହା ଲାଭଦାୟକ।
*ଭୋକ ବଢାଇବା ସହ ପେଟ ସଫା କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
* କେବଳ ସେତିକି ନୁହେଁ ସୁନ୍ଦର ତ୍ୱଚା ପାଇବା ପାଇଁ ଆଲୋଭେରା ଲାଭହାୟକ ହୋଇଥାଏ। ଏହା ତ୍ୱଚାକୁ କୋମଳ ରଖିବା ସହ ଏସମ୍ବନ୍ଧୀୟ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆଲୋଭେରା ମୁଣ୍ଡରେ ଲଗାଇବା ଦ୍ୱାରା ରୂପି ମଧ୍ୟ ଭଲ ହୋଇଥାଏ ।