ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ ହୋଇଛନ୍ତି। ମାର୍ଚ୍ଚ ୧୭ରେ ନିଓମି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇଥର ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ଏବେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ହେଲେ ଏହି ଯାତ୍ରା ଖୁବ୍‌ ଲମ୍ବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସରେ ସଂକ୍ରମିତ ହୋଇଥିବା ରୋଗୀ ଭଲ ହେବା ପରେ ଏହା ଏକ ଜଟିଳ ପଥ ବୋଲି କହୁଥିବା ଦେଖାଯାଇଛି।

Share