Categories: ଜାତୀୟ

ସୁସ୍ଥ ହେଲେ କରୋନା ସଂକ୍ରମିତ!

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆମ ଦେଶରେ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। କେରଳରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦିଲ୍ଲୀରେ କରୋନାରେ ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନ୍ୟପଟେ ତେଲେଙ୍ଗାନରେ ଜଣେ ୨୪ ବର୍ଷୀୟ ଇଞ୍ଜିନିୟର କରୋନା ଭାଇରସରେ ପୀଡିତ ଥିବା ବେଳେ ଏବେ ସେ ସୁସ୍ଥ ହୋଇଥିବା କୁହାଯାଉଛି। ସେହିପରି ଶୁକ୍ରବାର କେରଳରେ ୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା କୁହାଯାଉଛି। ଏହା ପୂର୍ବରୁ ମଧ୍ୟ କେରଳରେ ୩ଜଣ ସୁସ୍ଥ ହେବାର ସୂଚନା ରହିଛି।

Share