ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ, ଅନ୍ୟ ଜଣଙ୍କୁ ମିଳିଲା ହସ୍ପିଟାଲରୁ ଛୁଟି

ଗୁଆହାଟୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବ୍ୟସ୍ଥତା ମଧ୍ୟରେ ବେଳେବେଳେ ହସ୍ପିଟାଲ ପକ୍ଷରୁ କେତେକ ଭୁଲ ଭଟକା ମଧ୍ୟ ହୋଇ ଯାଉଛି। ଏଭଳି ଏକ ଘଟଣା ଆସାମରେ ଘଟିଛି। ଏଠାରେ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁ ଅନ୍ୟ ଜଣେ ଆକ୍ରାନ୍ତଙ୍କୁୁ ଭୁଲରେ ଘରକୁ ପଠାଇ ଦିଆଯାଇଛି। ଡାରଙ୍ଗ ଜିଲାର ସିଭିଲ୍‌ ହସ୍ପିଟାଲରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ସେମାନଙ୍କର ତାଲିକା ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିଲା। ତାଲିକାରେ ହମିଦ୍‌ ଅଲ୍ଲୀ ସୁସ୍ଥ ହୋଇଥିବା ଦର୍ଶାଯାଇଥିଲା। ତେବେ ଭୁଲରେ ଏଠାରେ ଚିକିତ୍ସିତ ହେଉଥିବା ହନିଫ୍‌ ଅଲ୍ଲୀଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପରେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ହସ୍ପିଟାଲ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Share