ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ ଭୁବନେଶ୍ୱରର। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିଭଳି ଆଉ ୮୨ଜଣ ସକ୍ରିୟ କେସ୍‌ ରହିଥିବା ଜଣାପଡ଼ିଛି।

 

ପ୍ରକାଶ ଯେ, ବୁଧବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି।

Share