ବେଙ୍ଗାଲୁରୁ,୧୫।୧୨: ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଏବେ ସୁସ୍ଥ ଥିବା ଜଣାପଡିଛି। ରବିବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି। ଗତ ୧୧ ତାରିଖରେ ଆଞ୍ଜିଓପ୍ଲାଷ୍ଟି ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ୧୦-୧୫ ଦିନ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି।