ସୁସ୍ଥ ହେଲେ ୨ କରୋନା ପଜିଟିଭ୍‌

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଜିଲାବାସୀଙ୍କ ପାଇଁ ଖୁସି ଖବର। ୩ ପଜିଟିଭ୍‌ କରୋନା ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ଆସିବା ପରେ ଜିଲାବାସୀ ଆଶ୍ୱସ୍ତି ଲାଭ କରିଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ଜିଲାରେ ୧୭୬ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୧୬୨ଜଣଙ୍କ ନମୁନା ନେଗେଟିଭ୍‌ ଆସିଥିବା ବେଳେ ୧୧ ଜଣଙ୍କ ରିପୋର୍ଟ ଆସି ନ ଥିଲା। ତେବେ ସେହି ୧୧ଜଣଙ୍କ ମଧ୍ୟରୁ ୩ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ୩ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Share