ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି କରୋନା ପିଜିଟିଭ୍‌ ଆସିବାର ଆଶଙ୍କା ରହିଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁର କିଛି ମୃତ ଅବଶେଷ ରହିଥିବାରୁ ଏଭଳି ରିପୋର୍ଟ ଆସିଥାଏ। ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଏବଂ ପ୍ରତିଷେଧକ କେନ୍ଦ୍ରର ଗବେଷକ ୨୮୫ ଜଣ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ତେଣୁ ଏବେ ଦକ୍ଷିଣ କୋରିଆର ମାର୍ଗଦର୍ଶିକାରେ କେତେକ ପରିବର୍ତ୍ତନ କରାଯାଇଛି। ନୂଆ ମାର୍ଗଦର୍ଶିକା ଅନୁସାରେ କରୋନାରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କୁ ଆଉ ନେଗେଟିଭ୍‌ ରିପୋର୍ଟ ଦେଖାଇବାର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆଇସୋଲେଶନ୍‌ ସମୟ ପୂରା କରିଥିବା ସଂକ୍ରମିତଙ୍କ ଶରୀରରେ କରୋନା ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଥାଏ ବୋଲି ଗବେଷକ କହିଛନ୍ତି। ଏହା ସେମାନଙ୍କର ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଥାଏ।

Share