ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ

ଭଣ୍ଡାରିପୋଖରୀ,୩ା୫(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶଗଡ଼ିିଆ ଗ୍ରାମର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି। ଗତ ୨୦ ତାରିଖରେ ପଜିଟିଭ୍‌ ଚିହ୍ନଟ ପରେ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେହିପରି ଏହି ବ୍ଲକ ଅଧୀନ ରହଣିଆ ପଞ୍ଚାୟତ ସୁରୁବଣ ଗ୍ରାମର ଅନ୍ୟ ଜଣେ ଆକ୍ରାନ୍ତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶନିବାର ଏମ୍‌ସର ଏକ ଡାକ୍ତରୀ ଦଳ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ପରେ କୁଶଗଡ଼ିଆ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ।