ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ଼ର ପ୍ରଥମ କରୋନା ଆକ୍ରାନ୍ତ: ସ୍ବାଗତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ

ବରଗଡ଼ ଅଫିସ,୯।୬: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୪ ମାଷ୍ଟରଟିକ୍ରା ବାସିନ୍ଦା ତଥା ବମ୍ବେ ଫେରନ୍ତା ଜଣେ ମହିଳା ଜିଲାର ପ୍ରଥମ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଭାବେ ଚିହ୍ନଟ ହୋଇଥିଲେ। ଗତମାସ ୨୩ ତାରିଖରୁ ସେ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେସେ ଘରକୁ ଫେରୁଥିବା ଖବର ପାଇ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର କର୍ମକର୍ତ୍ତା, ସଭ୍ୟବୃନ୍ଦ ସମ୍ପୃକ୍ତ ମହିଳାଙ୍କ ଘର ସମ୍ମୁଖରେ ସମବେତ ହୋଇଥିଲେ। ସେ ପହଞ୍ଚିବା ପରେ କରତାଳି ଓ ଫୁଲ ସହିତ ସମ୍ପୃକ୍ତ କରୋନା ବିଜୟିନୀଙ୍କୁ ସ୍ବାଗତ ଜଣାଇଛନ୍ତି।

Share