ସୁସ୍ଥ ହୋଇ ଘରକୁ ଫେରିଲେ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଭାଇରସ ସଂକ୍ରମିତ

ବେଜିଂ,୧୭।୨: କରୋନା ଭାଇରସ୍‌ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଚାଇନାରେ ୧,୭୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦,୫୪୮ଜଣ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଖୁସିର ଖବର ଏବେ ଚାଇନାରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୦,୮୪୪ ଜଣ ସୁସ୍ଥ ହେବା ପରେ ଏବେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି। ରବିବାର ଏହି ସଂକ୍ରମିତଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିବା ବେଳେ ସୋମବାର ଏସମ୍ପର୍କରେ ଚାଇନା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Share