ସୁସ୍ମିତାଙ୍କ ଭାଉଜ ଚାରୁଙ୍କ ‘ହଳଦୀ ଉତ୍ସବ’ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କୁ ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି। ସେବେଠାରୁ ବିବାହ ଉତ୍ସବ ସମୟର ଅନେକ ଫଟୋ ଭାଇରାଲ ହେଉଛି। ଏହି କ୍ରମରେ ଚାରୁ ହଳଦୀ ଉତ୍ସବର କିଛି ଫଟୋ ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେଉଛି। ହଳଦୀ ରଙ୍ଗ ଲେହେଙ୍ଗା-ଚୋଲି ପିନ୍ଧି ଚାରୁ ବେଶ ସୁନ୍ଦର ଦେଖାଯାଉଛନ୍ତି। ଏଥିସହ ସେ ଫୁଲର ଗହଣା ମଧ୍ୟ ପିନ୍ଧିଛନ୍ତି।

ତେବେ ଗତ ଜୁନ ୭ରେ କୋର୍ଟରେ ବିବାହ କରିବା ପରେ ଗୋଆରେ ଉଭୟ ଲର୍ଭବର୍ଡ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ରୀତିନୀତିରେ ୧୬ ଜୁନ୍‌ରେ ବିବାହ କରିଥିଲେ। ଏହି ଉତ୍ସବକୁ ପରିବାରର କିଛି ଖାସ୍‌ ସଦସ୍ୟ ଏବଂ ନିକଟତମ ବନ୍ଧୁମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା।

Share