ସୁହାନାଙ୍କୁ ପ୍ରଶଂସା କଲେ ଅନନ୍ୟା

ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା କେବେ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ସୁହାନାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହେବାପରେ ଏହି ଚର୍ଚ୍ଚା ଆହୁରି ବଢିଛି। ତାଙ୍କ ସବୁଠୁ ବିଶ୍ୱସ୍ତ ବନ୍ଧୁ ଅନନ୍ୟା ପାଣ୍ଡେ ସୁହାନାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ସୁହାନା ଜଣେ ସିଙ୍ଗ୍‌ର। ତାହା ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟା। ସ୍କୁଲରେ ମଧ୍ୟ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ। ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଫିଲ୍ମରେ ସୁହାନାଙ୍କ ଅଭିନୟ ବେଶ ଦମଦାର ହୋଇଛି। ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି। ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା। ଲଣ୍ଡନରେ ପଢା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି।

Share