ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଗ୍ରାଜୁଏଟ ହୋଇଯାଇଛନ୍ତି। ଏହି ଖୁସିରେ କିଙ୍ଗ ଖାନ୍ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶୁକ୍ରବାର ସୁହାନାଙ୍କ ଗ୍ରାଜୁଏଶନ ସେରିମନିରେ ଯୋଗ ଦେଇଥିବା ଗୌରି ଓ ଶାହାରୁଖ ଫଟୋ ଓ ଭିଡିଓ ଶେୟାର କରିବା ସହ ଝିଅ ସୁହାନା ପାଇଁ ମଧ୍ୟ କିଛି ବାର୍ତ୍ତା ଲେଖିଛନ୍ତି। ଶାହାରୁଖ କହିଛନ୍ତି ସ୍କୁଲର ଶେଷ ଦିନ ଯାହା ଆଗାମୀ ଦିନରେ ତୁମ ଜୀବନରେ ରଙ୍ଗ ଭରିଦେବ। ଗୌରି ଲେଖିଛନ୍ତି, ସ୍କୁଲ ପାଠପଢା ସରିଛି ସତ ହେଲ ଜୀବନେ ଆହୁରି ଅନେକ ପାଠ ବାକିଅଛି। ଏବେ ତୁମେ ବାସ୍ତବ ଦୁନିଆରେ ପାଦ ଦେବାକୁ ଯାଉଛ। ଲଣ୍ଡନର ଆଡ୍ରିଂଙ୍ଗଲି କଲେଜରେ ଗ୍ରାଜୁଏଶନ୍ ଶେଷ କରିଛନ୍ତି ସୁହାନା। ଏଥିରେ ସେ ଡ୍ରାମାରେ ଅସାଧାରଣ ଅଂଶଗ୍ରହଣ ପାଇଁ ‘ଦ ରସେଲ କପ୍’ ବିଜୟୀନି ହୋଇଛନ୍ତି।