Advertisement

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା ଘଟଣା: ବାଲିଗୁଡ଼ାରେ ସୂଚନା ଅଧିକାର ଅଭିଯାନ ଟିମ୍‌

ବାଲିଗୁଡା,୧୨ା୧୨(ଡି.ଏନ୍‌.ଏ.)-ବାଲିଗୁଡ଼ାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ମଙ୍ଗଳବାର ସକାଳେ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ୨ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ା ଏହି ଘଟଣାର ୨ ଦିନ ପରେ ବି ହତ୍ୟାକାରୀ କିମ୍ବା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ। ଅନ୍ୟପକ୍ଷରେ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ୫ ଜଣିଆ ଏକ ଟିମ ବୁଧବାର ବାଲିଗୁଡା ଆସିଥିଲେ। ଉକ୍ତ ଟିମରେ ଆସିଥିବା ସୂଚନା ଅଧିକାର ଅଭିଯାନ ଆହାହ୍‌ ପ୍ରଦୀପ ପ୍ରଧାନ, କଟକ ଜିଲା ସଂଯୋଜକ ଜିତେନ୍ଦ୍ର ପ୍ରଧାନ, ଜିଲା ଆବାହକ କଳାହାଣ୍ଡି ଅଞ୍ଜନ ରଥ, ଆଇନଜୀବୀ ସୁବାସ ମହାପାତ୍ର ଏବଂ ସାମାଜିକ କର୍ମୀ ଜିଆଉଦ୍ଦିନ ଅହମଦ ପ୍ରଥମେ ଗୁଳିକାଣ୍ଡସ୍ଥଳକୁ ଯାଇଥିଲେ। ପରେ ଅଭିମନ୍ୟୁଙ୍କ ବାଟାଗୁଡାସ୍ଥିତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବା ସହ ସାନ୍ତ୍ୱନା ଦେଇଥିଲେ ା ସେଠାରୁ ପୁଣି ବାଲିଗୁଡା ଆସି ଅଭିମନ୍ୟୁଙ୍କ ବାଲିଗୁଡାସ୍ଥିତ ଘରେ ପହଞ୍ଚି ତାଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ବିଭିନ୍ନ ଫାଇଲ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିଥିଲେ। ଉକ୍ତ ଟିମ ବହୁ ତଥ୍ୟ ହାସଲ କରିଛନ୍ତି । ଷଡ଼ଯନ୍ତ୍ର କରି ଅଭିମୁନ୍ୟଙ୍କୁ ହତ୍ୟା କରାଯାଇଥିବା ସେମାନେ କହିଛନ୍ତିିି। ହତ୍ୟାକାରୀଙ୍କୁ ଧରା ନଯିବା ପର୍ଯ୍ୟନ୍ତ ଫୋରମ ଦ୍ୱାରା କୋଟର୍ର୍କୁ ଯିବୁ ଓ ଧାରଣାରେ ବସିବୁ ବୋଲି ସେମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share