ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ହତ୍ୟାକାରୀଙ୍କ ନିକଟତର ପୋଲିସ

ଫୁଲବାଣୀ ଅଫିସ, ୨୭ା୧୨: କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିବା ଘଟଣାରେ ପୋଲିସ ହତ୍ୟାକାରୀଙ୍କ ନିକଟତର ହେଲାଣି ା ଖୁବ୍‌ କମ ସମୟ ମଧ୍ୟରେ ଘଟଣାର ଫର୍ଦ୍ଦାଫାଶ ହେବ। ହତ୍ୟାକାରୀ ସୁପାରୀ କିଲର ଏବଂ ହତ୍ୟା ପଛରେ ଆଉ କେହି ଅଛନ୍ତି ବୋଲି ଯାହା ଚର୍ଚ୍ଚା ହୋଇ ଆସୁଥିଲା ସେଥିରେ ସତ୍ୟତା ଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳୁଛି। ପ୍ରକୃତରେ ହତ୍ୟାକାଣ୍ଡ କାହିଁକି ଘଟିଛି ଏବଂ ହତ୍ୟା ପଛରେ କ’ଣ କାରଣ ତାହା ଖୁବ୍‌ଶୀଘ୍ର ଜଣାପଡିବ ବୋଲି କିଛି ପୋଲିସ ଅଧିକାରୀ କହିଛନ୍ତି ା
ସୂଚନାଯୋଗ୍ୟ ଗତ ୧୦ ତାରିଖ ସକାଳେ ଅଭିମନ୍ୟୁ ଘରେ ଥିବାବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଡାକିଥିଲେ। ସେମାନଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥିଲା ଏବଂ ସେମାନେ ତାଙ୍କୁ କାଗଜପତ୍ର ମାଗିଥିଲେ। ଏହାପରେ ଜଣେ ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇ ଯାଇଥିଲେ।

Share