ମାର୍ଶାଘାଇ,୧୦।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସୋମବାର ଉକ୍ତ ଗ୍ରାମରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଗତ ୧ ତାରିଖ ସକାଳୁ ରଞ୍ଜନଙ୍କ ମୃତଦେହ ବେରୁହାଁ-ହଳଦିଆ ରାସ୍ତାକଡରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ରଞ୍ଜନ ସୂଚନା ଅଧିକାର କର୍ମୀ ହୋଇଥିବାରୁ ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରୁଥିଲେ। ଏଣୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ବେଳେ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ରଞ୍ଜନଙ୍କ ଭିଣୋଇ ବଳରାମ ଦାସ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସୋମବାର ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ରଞ୍ଜନଙ୍କ ଘରେ ପହଞ୍ଚି ସମବେଦନା ଜଣାଇଥିଲେ । ରଞ୍ଜନଙ୍କ ମୃତ୍ୟୁକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଉପରେ ରାଜ୍ୟ ଭାଜପା ପ୍ରଶ୍ନ ଉଠାଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା