ସୂର୍ଯ୍ୟକିରଣ ଓ ଅସ୍ଥି

ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ଦରକାର। ସୂର୍ଯ୍ୟକିରଣ ଏହାର ଅନ୍ୟତମ ଉତ୍ସ ଭାବରେ ପରିଗଣିତ। ତେବେ ଅନ୍ୟଦିନ ଅପେକ୍ଷା ଶୀତଦିନର ସୂର୍ଯ୍ୟକିରଣ ଅସ୍ଥି ପାଇଁ ଅଧିିକ ଲାଭଦାୟକ ହୋଇଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସୂର୍ଯ୍ୟକିରଣ ଓ ଅସ୍ଥି’ ଶୀର୍ଷକ ବିଷୟକୁ ନେଇ ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ କରିଥିିବା ଗବେଷଣାରୁ ଏପରି ତଥ୍ୟ ମିଳିଛି। ଅନ୍ୟ ଋତୁ ଅପେକ୍ଷା ଶୀତଦିନେ ସୂର୍ଯ୍ୟକିରଣରେ ଉତ୍ତାପ କମ୍‌ ଥାଏ। ତେଣୁ ଏହି ଦିନରେ ସୂର୍ଯ୍ୟକିରଣ ସୁପ୍ରଭାବ ଅଧିିକ ପରିମାଣରେ ଅସ୍ଥି ଉପରେ ପଡିଥାଏ। ତେଣୁ ଶୀତଦିନେ ଜଣେ ବ୍ୟକ୍ତି କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ ତାହା ଅସ୍ଥିକୁ ମଜଭୁତ କରିଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ ତ୍ୱଚାରେ ଥିତ୍ବା ‘ଏଗ୍ରୋଷ୍ଟୋରେଲ’ ତତ୍ତ୍ୱ ଭିଟାମିନ୍‌ ‘ଡି’ରେ ରୂପାନ୍ତରିତ ହୋଇଥାଏ, ଯାହାଦ୍ୱାରା ମାଂସପେଶୀ ପୂର୍ବାପେକ୍ଷା ଶକ୍ତ ହୁଏ। ଅପରପକ୍ଷରେ ସୂର୍ଯ୍ୟକିରଣ ଆମ ଶରୀରରେ ‘ଓଷ୍ଟିଓକ୍ଲେକିନ’ ନାମକ ପ୍ରୋଟିନ୍‌ ପ୍ରସ୍ତୁତ କରେ ଯାହା ଅସ୍ଥିକୁ ମଜଭୁତ କରିବାରେ ସହାୟକ ହୋଇଥାଏ।