Categories: ଜାତୀୟ

ସୂର୍ଯ୍ୟପରାଗ ଦେଖି ୧୫ ଶିଶୁଙ୍କ ଆଖି ଖରାପ

ଜୟପୁର,୧୯।୧: ଚଷମା ବିନା ଅଥବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନ କରି ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିଥିବା ରାଜସ୍ଥାନର ପ୍ରାୟ ୧୫ଜଣ ଶିଶୁଙ୍କ ଆଖି ୭୦ ପ୍ରତିଶତ ଖରାପ ହୋଇଥିବା ସୂଚନା ମିଳିଛି। ଗତ ଡିସେମ୍ବର ୨୬ରେ ହୋଇଥିବା ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିବା ପରେ ଏମାନଙ୍କୁ ଆଉ କିଛି ଦୃଶ୍ୟ ହୋଇ ନ ଥିଲା ବୋଲି ଏମାନେ ଅଭିଯୋଗ କରିଥିଲେ। ଏହାପରେ ଏମାନଙ୍କୁ ଚିକିତ୍ସା କରାଯାଇଥିବା ବେଳେ ଡାକ୍ତର କହିଥିଲେ ଶିଶୁଙ୍କର ରେଟିନା ପୋଡି ଯାଇଛି। ଫଳରେ ୭୦ ପ୍ରତିଶତ ଆଖି ଖରାପ ହୋଇଯାଇଛି। ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିଥିବାରୁ ରେଡିଏଶନ ଯୋଗୁ ଏପରି ଘଟିଛି ବୋଲି ଡାକ୍ତର କହିଛନ୍ତି।

Share