Categories: ଜାତୀୟ

ସୂର୍ଯ୍ୟପରାଗ ଯୋଗୁ ପରିବର୍ତ୍ତନ ହେଲା ମା’ ବୈଷ୍ଣୋଦେବୀଙ୍କ ଆଳତୀ ସମୟ

ଜମ୍ମୁ,୧୭।୬: ସୂର୍ଯ୍ୟପରାଗ ଜୁନ ୨୧ରେ ପଡ଼ୁଥିବାରୁ ମା’ ବୈଷ୍ଣୋଦେବୀଙ୍କ ଆଳତୀ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ଟା ୨୦ରେ ହେବାକୁ ଥିବା ଆଳତୀ ଏବେ ଦ୍ୱିପ୍ରହର ୨ଟା ୨୦ରେ କରାଯିବ। ଏନେଇ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ଯୋଗୁ ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଶ୍ରଦ୍ଧାଳୁଙ୍କ ଲାଗି ମାର୍ଚ୍ଚ ୧୩ରୁ ବନ୍ଦ ରହିଛି। କେବଳ ସିମୀତ ପୂଜକଙ୍କ ସହାୟତାରେ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିଥିବା ଜଣାପଡ଼ିଛି।

Share