Categories: ଜାତୀୟ

ସୂର୍ଯ୍ୟର ୯୮.୬ ପ୍ରତିଶତ ହୋଇଯିବ ଢ଼ାଙ୍କି: ସୁନା କଙ୍କଣ ଭଳି ହେବ ଦୃଶ୍ୟମାନ

ନୂଆଦିଲ୍ଲୀ, ୨୧।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ଆରମ୍ଭ ହେବ। ସୂର୍ଯ୍ୟର ୯୮.୬ ପ୍ରତିଶତ ଢ଼ାଙ୍କି ହୋଇଯିବ। ଫଳରେ ଆକାଶ ସୁନାର ଏକ ଉଜ୍ଜଳ କଙ୍କଣ ସଦୃଶ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଆକୃତି ପୂର୍ବାହ୍ନ ୧୧ଟା ୫୦ରୁ ମଧ୍ୟାହ୍ନ ୧୨ଟା ୧୦ ମଧ୍ୟରେ ଦୃଶ୍ୟମାନ ହେବ। ଧିରେଧିରେ ମୋକ୍ଷ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ମିନିଟ୍‌ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ମହାଯାଗତିକ ଦୃଶ୍ୟ ଦେଖିବା ପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ରର ମହାକାଶ ବିଜ୍ଞାନୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଏହି ସୂର୍ଯ୍ୟୋପରାଗ ପରେ ୨୦୨୨ ଅକ୍ଟୋବର ୨୫ରେ ହେଉଥିବା ପରବର୍ତ୍ତୀ ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟମାନ ହେବ।

Share