ସୂର୍ଯ୍ୟୋପରାଗରେ କରନ୍ତୁ ଏହି ୩ ମନ୍ତ୍ରର ଜପ.. ଟଳିବ ବିପଦ…

ଜୁନ ୨୧ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଦୃଶ୍ୟମାନ। ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ଏହା ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ସ୍ପର୍ଶ: ଦିବା ଘ୧୦।୩୮।୧୦, ଗ୍ରହଣ ମଧ୍ୟ: ଦିବା ୧୨।୨୫।୫୯, ସର୍ବମୋକ୍ଷ: ଦିବା ୦୨।୦୯।୩୦, ଗ୍ରାସମାନ: ୦.୬୪, ଗ୍ରାସ ଅବଧି: ଘ୩।୩୧।୧୯.୬ ହେବ। ଉପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତ୍ରି ୧୦।୩୮।୧୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି।

ତେବେ ସୂର୍ଯ୍ୟୋପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ(ପାକତ୍ୟାଗ ନିଷେଧ) ସମୟରେ କିଛି ମନ୍ତ୍ରର ଜପ କରିପାରିବେ। ଏହାଦ୍ୱାରା ବିପଦ ଟଳିବ।

ମନ୍ତ୍ର:
– ତମୋମୟ ମହାଭୀମ ସୋମସୂର୍ଯ୍ୟବିମର୍ଦନ। ହେମତାରାପ୍ରଦାନେନ ତମ ଶାନ୍ତିପ୍ରଦୋ ଭବଃ।
– ବୁଧୁନ୍ତୁଦ ତମସ୍ତୁଭ୍ୟମ୍‌ ସିଂହିକାନନ୍ଦନାଚ୍ୟୁତ। ଦାନେନାନେନ ନାଗସ୍ୟ ରକ୍ଷା ମା ବେଧଜାଦଭାୟାତ୍‌।
– ଓଁ ଆଦିତ୍ୟାୟ ବିଦ୍‌ମହେ,ଦିବାକରାୟ ଧିମହୀ, ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍‌