ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି

ଭୁବନେଶ୍ୱର,୧।୬(ବ୍ୟୁରୋ): ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ପ୍ରସ୍ତାବ ଆଗତ କରିବା ପରେ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ। ବାଚସ୍ପତି ଚୟନ ପରେ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତାମାନେ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ବାଚସ୍ପତି ପଦବୀ ପାଇଁ ଅନ୍ୟ କୌଣସି ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇ ନ ଥିଲା। ଏଣୁ ପାତ୍ର ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ଥିଲା। ଏହି ନିର୍ବାଚନ ପର୍ଯ୍ୟନ୍ତ କାମଚଳା ବାଚସ୍ପତି ଭାବେ ଅମର ଶତପଥୀ ଦାୟିତ୍ୱ ତୁଲାଇ ଆସୁଥିଲେ।

Share