ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ କର୍ନାଟକର କଲବୁର୍ଗୀ ଅଞ୍ଚଳର ତାଜ୍‌ ସୁଲତାନପୁର ଗାଁରେ ଏକ ସ୍ବତନ୍ତ୍ର ପୂଜାନୁଷ୍ଠାନ କରାଯାଇ ୩ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଇଥିଲା। ଏହାଦ୍ୱାରା ଶିଶୁମାନେ ସୁସ୍ଥ ହୋଇଥାନ୍ତି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ରହିଛି। ପରାଗ ଶେଷ ପରେ ଶିଶୁମାନଙ୍କୁ ମାଟିରୁ ବାହାର କରାଯାଇଥିଲା। ଏହାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share