Categories: ଜାତୀୟ

ସୂର୍ଯ୍ୟ ପରାଗ ୨୦୨୦: ରାତି ୧୦ଟାରୁ ବନ୍ଦ ରହିବ ଚାରିଧାମର ମନ୍ଦିର

ଡେରାଡୁନ,୨୦।୬: ସୂର୍ଯ୍ୟପରାଗ ଦୃଷ୍ଟିରୁ ଉତ୍ତରାଖଣ୍ଡରେ ଥିବା ସମସ୍ତ ଚାରି ଧାମର ମନ୍ଦିର ଗୁଡିକ ଶନିବାର ରାତି ୧୦ଟାରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ବଦ୍ରିନାଥ-କେଦାରନାଓ ଓ ଗଙ୍ଗୋତ୍ରି- ଯମୁନୋତ୍ରି ଶନିବାର ରାତି ୧୦ଟାରୁ ବନ୍ଦ ରହିବ ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ବଦ୍ରିନାଥ ଧାମର ପୂଜକ ଭୁବନ ଚନ୍ଦ୍ର ଉନିୟାଲ କହିଛନ୍ତି, ଯଦିଓ ସୂର୍ଯ୍ୟପରାଗ ରବିବାର ହେଉଛି କିନ୍ତୁ ଏହାର ‘ସୁତକ’୧୨ ଘଣ୍ଟା ଆଗରୁ ଆରମ୍ଭ ହେଉଥିବାରୁ ଦେବନୀତି ବନ୍ଦ କରାଯାଇଥାଏ। ତେଣୁ ‘ସୁତକ’ ଶନିବାର ରାତି ୧୨ଟା ୨୫ରୁ ଆରମ୍ଭ ହୋଇ ରବିବାର ଅପରାହ୍ନ ୧ଟା ୫୩ ପର୍ଯ୍ୟନ୍ତ ରହୁଥିବାରୁ ଦେବନୀତି ବାରଣ କରାଯାଇଛି। ଏହା ସର୍ବମୋକ୍ଷ ହେବା ପରେ ରବିବାର ଅବରାହ୍ନ ୨ଟା ପରେ ମନ୍ଦିରକୁ ସଫା ସୁତୁରା କରି ପୂଜା କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମସିହାର ଏହା ପ୍ରଥମ ସୂର୍ଯ୍ୟ ପରାଗ। ଏଥିରେ ଏକ ଅଗ୍ନି ବଳୟ ଦୃଶ୍ୟମାନ ହେବ ବୋଲି କୁହାଯାଉଛି।

Share