ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି

ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍‌କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୩୩ରେ ଏହା ଫ୍ଲୋରିଡ଼ା ସ୍ପେସ୍‌ ସେଣ୍ଟରରୁ ସୂର୍ଯ୍ୟ ମୁହାଁ ହୋଇ ଯାତ୍ରା ଆରମ୍ଭ କରିଛି। ଏହା ୭ ବର୍ଷରେ ୪ କୋଟି ୧୮ ଲକ୍ଷ କିମି ଦୂରତା ଅତିକ୍ରମ କରି ସୂର୍ଯ୍ୟ ପାଖରେ ପହଞ୍ଚିବ। ଅର୍ବିଟରକୁ ନେଇ ଯାଉଥିବା ମହାକାଶ ଯାନର ଓଜନ ୨ ଟନ୍‌ ରହିଛି। ଏହାକୁ ୟୁନାଇଟେଡ୍‌ ଲଞ୍ଚ୍‌ ଆଲାଏନ୍ସ୍‌ ଆଟଲାସ୍‌-ବି ରକେଟ ଦ୍ୱାରା ଉତ୍‌କ୍ଷେପଣ କରାଯାଇଛି। ସୋଲାର ଅର୍ବିଟର ସୂର୍ଯ୍ୟ ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳର ଫଟୋ ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିବ। ଏହା ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ମଧ୍ୟ ସୂଚନା ଦେବ।

Share