ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା ପରେ ମନୀଷଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ସୃଷ୍ଟି। ଆଉ ଏବେ ରୋହିତଙ୍କୁ ନିଜ ଠାରୁ ଦୂରେଇ ଦେଇଛନ୍ତି। ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି ପରେ ସୃଷ୍ଟି ଏହା କରିଥିବା କୁହାଯାଉଛି।

ଦୀର୍ଘ ଦିନ ଧରି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସୃଷ୍ଟି। ବିିଗ୍‌ ବସ୍‌ ଘରକୁ ଯିବା ପୂର୍ବରୁ ସେ ମନୀଷଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ସେଠାରୁ ବାହାରିବା ପରେ ସମ୍ପର୍କରେ ତିକ୍ତତା ଆସିଥିଲା। ଆଉ ଏକ ଫୋନ କଲ୍‌ରେ ଏହାକୁ ତୁଟାଇଥିଲେ ସେ।

ସେହିଭଳି ବିଗ୍‌ ବସ୍‌ ଘରୁ ରୋହିତଙ୍କ ସହ ସୃଷ୍ଟିଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ମଧ୍ୟ ଏହା ଚାଲିଥିଲା। ମାତ୍ର ଏବେ ଏହା ଭାଙ୍ଗି ଯାଇଛି। ସୃଷ୍ଟିଙ୍କ ଜୀବନରେ ଆଉ ଜଣେ ପୁରୁଷ ଆସିଛନ୍ତି। ଏପରିକି ସେ ତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ କରୁଛନ୍ତି।

ରୋହିତଙ୍କୁ ଏ ବିଷୟରେ ପଚରା ଯାଇଥିଲେ ସୁଦ୍ଧା ନିରବ ରହିଛନ୍ତି ସେ। ଉଭୟଙ୍କ ସମ୍ପର୍କକୁ କେବଳ ବନ୍ଧୁତାର ବୋଲି ସେ କହିଛନ୍ତି।

Share