ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ମନୀଷ: ଇନଷ୍ଟାରେ ଲେଖିଲେ ଛଅ ପୃଷ୍ଠାର ଚିଠି

ମୁମ୍ବାଇ: ସୁପରହିଟ୍‌ ରିଆଲିଟି ଶୋ’ ‘ବିଗ୍‌ ବସ’ରୁ ବାହାରିବା ପରେ ଲୋକପ୍ରିୟ ହୋଇଥିବା ଟେଲି ଷ୍ଟାର ସୃଷ୍ଟି ରୋଡେଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ପ୍ରେମିକ ମନୀଷ ନାଗଦେବଙ୍କଠାରୁ ଅଲଗା ହେବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ଶେଷରେ ମନୀଷ ଏ ନେଇ ମୁହଁ ଖୋଲିଛନ୍ତି। ସୃଷ୍ଟିଙ୍କ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ କହିବା ସହ ନିଜର ଇନଷ୍ଟା ପୃଷ୍ଠାରେ ଛଅ ପୃଷ୍ଠାର ଚିଠି ଲେଖି ମନକଥା କହିଛନ୍ତି।

ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌ ହେବାର ଛଅ ମାସ ପରେ ମନୀଷ ପୂର୍ବରୁ ଭଲ ପାଇବା ସହ ଏବଂ ଏବେ ହୋସ୍‌ରେ ଚିଠି ଲେଖୁଛନ୍ତି ବୋଲି କହିଛନ୍ତି। ଗୋଟିଏ ଫୋନ୍‌ କଲରେ ସମ୍ପର୍କ ତୁଟାଇଥିଲେ ସୃଷ୍ଟି। ନିଜ କ୍ୟାରିଅରର ଭଲ ସମୟରେ ସେ ଅଛନ୍ତି। ତେଣୁ କାହା ସହ ସମ୍ପର୍କରେ ରହିବାକୁ ଚାହୁଁ ନ ଥିବା ସେ କହିଥିଲେ ବୋଲି ମନୀଷ ଚିଠିରେ ଉଲ୍ଲେଖ କରିଛନ୍ତି।

ସୃଷ୍ଟିଙ୍କ ବିରୋଧରେ ଅଭିଯୋଗ କରି ମନୀଷ କହିଛନ୍ତି, ସେ ବିଗ୍‌ବସ୍‌ରେ ଥିବା ବେଳେ ତାଙ୍କ ପ୍ରଚାର ଦାୟିତ୍ୱ ମନୀଷଙ୍କ ଉପରେ ଥିଲା। ସୋସିଆଲ ମିଡିଆ ଆକାଉଣ୍ଟରୁ ଆରମ୍ଭ କରି ପିଆର୍‌ ପର୍ଯ୍ୟସ୍ତ ସେ ସବୁ ସମ୍ଭାଳୁଥିଲେ। ହେଲେ ଶୋ’ରୁ ବାହାରିବା ପରେ ଧନ୍ୟବାଦ ସେ କହି ନ ଥିବା ମନୀଷ ଅଭିଯୋଗ କରିଛନ୍ତି।

Share