Categories: ଜାତୀୟ

ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଆତଙ୍କବାଦୀ ପୋଲିସ ହାତରେ ଧରାପଡ଼ିଲେ

ଶ୍ରୀନଗର,୨୮।୯: ଏକ ସେଓ ଟ୍ରକ୍‌ରେ ଲୁଚି ଜମ୍ମୁରୁ ଦିଲ୍ଲୀ ଆସୁଥିବା ଜଣେ  ସନ୍ଦିଗ୍ଧ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ  ପୋଲିସ ହାତରେ ଧରାପଡ଼ିଛନ୍ତି। ହରିୟାଣାର ଅମ୍ବାଲାଠାରେ ଚେକିଂ ସମୟରେ ଆତଙ୍କବାଦୀଙ୍କୁ ଗିରଫ କରି ଜମ୍ମୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ଆମ୍ବାଲା ପୋଲିସକୁ ଗୋଇନ୍ଦା ସୂତ୍ରରୁ ସେଓ ଟ୍ରକ୍‌ରେ ଆତଙ୍କବାଦୀ ଆସୁଥିବା ଖବର ମିଳିଥିଲା। ପୋଲିସ ପକ୍ଷରୁ ଅମ୍ବାଲା କ୍ୟାଣ୍ଟନମେଣ୍ଟ୍‌ଠାରେ ସ୍ବତନ୍ତ୍ର ଚେକିଂ କରାଯାଇଥିଲା।

Share