Categories: ଜାତୀୟ

ସେଓ ଭର୍ତ୍ତି ଟ୍ରକ୍‌ରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ସୋପୋରେ ଶୁକ୍ରବାର ସକାଳେ ପୁଣି କିଛି ଆତଙ୍କବାଦୀ ସେଓ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ସେଓ ଭର୍ତ୍ତି ଥିବା ଏକ ଟ୍ରକ୍‌ରେ ସେମାନେ ନିଅଁା ଲଗାଇଦେଇଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟେ ଟ୍ରକ୍‌ ଡ୍ରାଇଭର ଓ ବ୍ୟବସାୟୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଆତଙ୍କବାଦୀମାନେ ସେଓ ବ୍ୟବସାୟୀଙ୍କୁ ଟର୍ଗେଟ କରିସାରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Share