Categories: ବାଣିଜ୍ୟ

ସେକ୍ଟର ଭିତ୍ତିରେ ଆର୍ଥତ୍କ କାର୍ଯ୍ୟକଳାପ ଚାଲୁ ରଖିବାକୁ ପ୍ରସ୍ତାବ

ଭୁବନେଶ୍ୱର,୧୪।୪: କୋଭିଡ୍‌-୧୯ ମାମଲାଗୁଡିକୁ ବିଚାର କରି ସାରା ଦେଶକୁ ପ୍ରଥମେ ରେଡ୍‌, ଗ୍ରୀନ୍‌ ଭଳି ଅଞ୍ଚଳରେ ବିଭକ୍ତ କରିବାର ଆବଶ୍ୟକତା ରହିଛି। ଗ୍ରୀନ୍‌ ଅଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପକୁ ସରକାର ଅନୁମତି ପ୍ରଦାନ କରିବା ନେଇ ଶିଳ୍ପ ସଂଘ କନ୍‌ଫେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ସୋମବାର ସରକାରଙ୍କୁ ନିବେଦନ କରାଯାଇଛି। ବିପଦ ନ ଥିବା ସ୍ଥାନଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପ ଚାଲୁ ରଖିବା ଲାଗି ସିଆଇଆଇ ମହାନିର୍ଦ୍ଦେଶକ ଇନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ଫ୍ୟାକ୍ଟ୍ରିଗୁଡିକରେ ଥର୍ମାଲ ପରୀକ୍ଷା, ସାମାଜିକ ଦୂରତ୍ୱ ରକ୍ଷା, ଫ୍ୟାକ୍ଟ୍ରି ସାନିଟାଇଜେଶନ ଭଳି ପଦକ୍ଷେପ ନେବାକୁ ପରାମର୍ଶ ରହିଛି।

Share