ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଘର ମାଲିକ ବାରଣାସି ରାଜେସ (୪୮) ତାଙ୍କ ସ୍ତ୍ରୀ ବାରଣାସି ସରସ୍ବତୀ (୪୫), ଉମରକୋଟ ଜିଲାର ପ୍ରଣବ ମଣ୍ଡଳ (୨୪ ) ଏବଂ ନବରଙ୍ଗପୁର ଜିଲାର ବିରୁ ମଜୁମଦାର। ୨ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି କାଉନ୍‌ସେଲିଂ ପରେ ସ୍ବଧାର ଗୃହକୁ ପଠାଇ ଦେଇଛି। ଏନେଇ ପୋଲିସ ଏକ ମାମଲା (ନଂ ୩୧୧/୧୯) ରୁଜୁ କରି ତଦନ୍ତ ଚଳାଇଛି । ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିହାର ରଞ୍ଜନଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଏସଡ଼ିପିଓ ତପନ ନାରାୟଣ ରଥ ସୂଚନା ଦେଇଛନ୍ତି।

Share