Categories: ଖେଳ

ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିଥିଲେ ମହାନ୍‌ ଖେଳାଳି

ଖେଳିବା ବେଳେ ବହୁ ଅନ୍‌ ଫିଲ୍ଡ ଓ ଅଫ୍‌ ଫିଲ୍ଡ ବିବାଦରେ ଛନ୍ଦିହୋଇ ରହିଥିବା ଅଷ୍ଟ୍ରେଲିଆନ ସ୍ପିନ୍‌ କିମ୍ବଦନ୍ତୀ ଶେନ୍‌ ଓ୍ବାର୍ନ ଏକଦା ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିଥିଲେ। ୨୦୦୬ରେ ଓ୍ବେଷ୍ଟ ଲଣ୍ଡନରେ କାଉଣ୍ଟି କ୍ରିକେଟର ଅଂଶବିଶେଷ ଥିବାବେଳେ ସେ ଦୁଇ ୨୫ ବର୍ଷୀୟା ମଡେଲଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଉକ୍ତ ଘଟଣାର ଫଟୋ ନ୍ୟୁଜ୍‌ ଅଫ୍‌ ଦ ଓ୍ବାଲର୍‌ଡ ନାମକ ଟାବଲଏଡ୍‌ରେ ପ୍ରଥମେ ପ୍ରକାଶ ପାଇଥିଲା। ତା’ପରଠୁ ତାଙ୍କ ବକ୍ତିତ୍ୱ ସହ ଯୋଡ଼ି ହୋଇଯାଇଥିଲା ଉମେନାଇଜର (ବହୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତି)ଭଳି ଶବ୍ଦ। ଏ ସମ୍ପର୍କରେ ଓ୍ବାର୍ନ ନିଜ ପୁସ୍ତକ ‘ନୋ ସ୍ପିନ୍‌’ରେ ମଧ୍ୟ ପ୍ରକାଶ କରିଛନ୍ତି। ନ୍ୟୁଜିଲାଣ୍ଡ ଜନ୍ମିତ ମଡେଲ କାରୋଲି ଇଚୋଲଜ ମେସେଜ କରିଥିଲେ, ତୁମେ ଏଠାରେ ରହିବା ଦରକାର। ତା’ ପରେ ଜଣେ ମହିଳା ବନ୍ଧୁଙ୍କୁ କିସ୍‌ କରୁଥିବାର ଏକ ଫଟୋ ମଧ୍ୟ ପଠାଇଥିଲେ। ମୁଁ ସେତେବେଳେ ସାଉଥମ୍ପ୍‌ଟନଠାରେ ଥିଲି, ଆଉ ସେମାନେ ଲଣ୍ଡନରେ। ସାଙ୍ଗରେ ଭୋଡ୍‌କା ଓ ଦୁଇ ସାମ୍ପେନ ନେଇ ଏକ ଘଣ୍ଟାରେ ମଡେଲଙ୍କ ଘରେ ପହଞ୍ଚତ୍ଥିଲି। ସେଠାରେ ଲୁକ୍କାୟିତ ଅବସ୍ଥାରେ ଏକ କ୍ୟାମେରା ଥିଲା, ଯାହା ସମ୍ପର୍କରେ ମୁଁ ଜାଣି ନ ଥିଲି। ବହୁ ଡ୍ରିଙ୍କ୍‌ ଓ ସ୍ମୋକ୍‌ କରିବା ପରେ ଉଭୟଙ୍କ ସହ ସେକ୍ସ କରିଥିଲି। ଏହି ଘଟଣାର କିଛି ଫଟୋ ପରବର୍ତ୍ତୀ ରବିବାର ଟାବଲଏଡ୍‌ରେ ପ୍ରକାଶ ପାଇଥିଲା।

Share