Advertisement

ସେଟ୍‌ରେ କାନ୍ଦିଲେ ଦୀପିକା ମଝିରେ ବନ୍ଦ କରିବାକୁ ପଡ଼ିଲା ଶୁଟିଂ

ମୁମ୍ବାଇ,୩୦।୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଅପ୍‌ କମିଂ ଫିଲ୍ମ ଛପାକରେ ବ୍ୟସ୍ତ ଅଛନ୍ତି। ସିମ୍ବା ଷ୍ଟାର ରଣବୀର ସିଂହଙ୍କ ସହ ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ। ଦୀପିକା ଏହି ଫିଲ୍ମରେ ଜଣେ ଏସିଡ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କ ନାମ ମାଳତୀ ରହିଛି। ଏହି ଫିଲ୍ମଟି ରିୟଲ ଲାଇଫ ଇମୋସନାଲ ଷ୍ଟୋରୀ ଉପରେ ଆଧାରିତ ହୋଇଛି। ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଦୀପିକା ନିଜର ଭାବନାକୁ ସମ୍ଭାଳିପାରି ନ ଥିଲେ। ଆଉ ଜୋର ଜୋରରେ କାନ୍ଦିବାକୁ ଲାଗିଥିଲେ। ଏହାକୁ ଦେଖି ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କୁ କିଛି ସମୟ ପାଇଁ ଶୁଟିଂ ବନ୍ଦ କରିବାକୁ ପଡ଼ିଥିଲ। ତେବେ କିଛି ସମୟ ପରେ ଦୀପିକା ନିଜ ଭାବନାକୁ କଣ୍ଟ୍ରୋଲ କରି ପୁଣି ଶୁଟିଂ କରିଥିଲେ। ଏହି ଫିଲ୍ମ ୨୦୨୦ ଜାନୁଆରୀ ୧୦ରେ ପରଦାକୁ ଆସିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share