ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର ଅଫିସ, ୧୭ା୪- କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ଲଢ଼େଇକୁ ମଜବୁତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଛି । ବଲାଙ୍ଗୀର ସେଣ୍ଟ୍ରାଲ ଚର୍ଚ୍ଚ (ସିଏନ୍‌ଆଇ) ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିପ ପାଣ୍ଠିକୁ ପ୍ରଦାନ କରାଯାଇଛି । ବଲାଙ୍ଗୀର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ସେଣ୍ଟ୍ରାଲ ଚର୍ଚ୍ଚ ଉପସଭାପତି ଆଚାର୍ଯ୍ୟ ଶୁଭାକାର ନନ୍ଦ, ସମ୍ପାଦକ ପ୍ରଦୀପ କୁମାର ତାଣ୍ଡି, କୋଷାଧ୍ୟକ୍ଷ ସୁଧୀର କୁମାର ନାୟକ, ବରିଷ୍ଠ ସଭ୍ୟ ଗିରୀଶ କୁମାର ନାଗ ଡେପୁଟି କଲେକ୍ଟର ସଚିଦାନନ୍ଦ ହନୁମାନଙ୍କ ଉପସ୍ଥିତିରେ ସହାୟତା ରାଶି ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌କୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବେ ବୋଲି କହିଥିଲେ । ଦେଶରୁ କୋଭିଡ ୧୯ ଯେପରି ସମ୍ପୂର୍ଣ୍ଣ ଭାବରେ ମୂଳୋପତ୍ାଟନ ହେବ ସେଥି ସକାଶେ ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ବିଶେଷ ପ୍ରାର୍ଥନ କରାଯାଇଛି । ଏପରି କଷ୍ଟକର ସମୟରେ କରୋନା ଯୋର୍ଦ୍ଧା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ ବାହିନୀଙ୍କୁ ଓ ସମସ୍ତ ସରକାରୀ କଳଙ୍କୁ ସେଣ୍ଟ୍ରାଲଚର୍ଚ୍ଚ ପକ୍ଷରୁ କୃତଜ୍ଞତା ଜଣାଯାଇଛି ।

Share