Categories: ବାଣିଜ୍ୟ

ସେଣ୍ଟ୍ରାଲ ବ୍ୟାଙ୍କରେ ସତର୍କତା ସଚେତନତା

ଭୁବନେଶ୍ୱର,୧୮-୪: ସଚେତନତା ଅଭାବ ଓ ଚାରିତ୍ରିକ ବିଷମତା ଯୋଗୁ ମଣିଷ ଭ୍ରଷ୍ଟାଚାରରେ ଲିପ୍ତ ହୋଇଥାଏ। ଏହା ଦ୍ୱାରା ସାମାଜିକ ପ୍ରଣାଳୀ ଏବଂ ଆର୍ଥତ୍କ ବ୍ୟବସ୍ଥା ଦୁର୍ବଳ ହୋଇପଡେ। ଭ୍ରଷ୍ଟାଚାର ଏକ ସାମାଜିକ ବ୍ୟାଧି ହୋଇଥିବାରୁ ଏହାକୁ ରୋକିବା ଲାଗି କଠୋର ଆଇନ ପ୍ରଣୟନ ସହ ଜନ ସମାଜର ମିଳିତ ଉଦ୍ୟମ ଜରୁରୀ ବୋଲି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସତର୍କତା ଅଧିକାରୀ(ସିଭିଓ) ପର୍ଶୁରାମ ପଣ୍ଡା କହିଛନ୍ତି। ନୟାପଲ୍ଲୀସ୍ଥିତ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ପ୍ରିଭେଣ୍ଟିଭ ଆଓ୍ବାରନେସ ଭିଜିଲାନ୍ସ ମିଟ୍‌’ରେ ଅଧିକାରୀଙ୍କୁ ସମ୍ବୋଧିତ କରି ପଣ୍ଡା କହିଛନ୍ତି ଯେ, ଭ୍ରଷ୍ଟାଚାର ବିରୋଧୀ ଲଢେଇରେ ସତର୍କତା ବିଭାଗ ଏବଂ ସିଭିଲ ସୋସାଇଟି ମିଳିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ସୂଚନା ଅଧିକାର, ଲୋକପାଳ, ଲୋକାୟୁକ୍ତ, ହ୍ବିସିଲ ବ୍ଲୋୟର ପ୍ରୋଟେକ୍ସନ ଆଇନ , ଆଇବିସି  ଏବଂ  ପଳାତକ ଆର୍ଥତ୍କ ଅପରାଧୀ ଭଳି ଆଇନ ଦ୍ୱାରା ଭ୍ରଷ୍ଟାଚାର ବିରୋଧରେ ଲଢିବା ଲାଗି ବ୍ୟବସ୍ଥାକୁ ସୁଦୃଢ କରାଯାଇଥିବା  ପଣ୍ଡା ସୂଚନା ଦେଇଛନ୍ତି।  ଭ୍ରଷ୍ଟାଚାରରେ ଲିପ୍ତ ନ ହେବାକୁ ଆଞ୍ଚଳିକ ପ୍ରବନ୍ଧକ ସୋହେଲ ଅହମ୍ମଦ  କର୍ମଚାରୀଙ୍କୁ ଏଥିରେ ଆହ୍ବାନ ଜଣାଇଥିଲେ।

Share