Categories: ବାଣିଜ୍ୟ

ସେନସେକ୍ସ, ନିଫ୍ଟିରେ ନୂଆ ରେକର୍ଡ

ମୁମ୍ବାଇ,୧୭-୪: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ହୋଇପାରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ୩୯,୩୬୪.୩୪ର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚତ୍ଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ୫୦ ଶେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ମଧ୍ୟ ଇତିହାସରେ ପ୍ରଥମ ଥର ୧୧,୮୦୦ ସ୍ତର ଛୁଇଁଛି। ସେନସେକ୍ସ ୩୬୯.୦ ପଏଣ୍ଟ ସହିତ ୩୯,୨୭୫.୬୪ରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୯୬.୮୦ ପଏଣ୍ଟ ବୃଦ୍ଧି ସହ ୧୧,୭୮୭.୧୫ରେ ବନ୍ଦ ହୋଇଥିଲା। ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେନ୍ଦ୍ରରେ ପୁନର୍ବାର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଫେରୁଥିବା ମନେ କରି ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି କରିଥିବାରୁ ଏବଂ ବାଣିଜ୍ୟ ତଥ୍ୟ ସକାରାମତ୍କ ରହିବା କାରଣରୁ ଷ୍ଟକ ବଜାର ପ୍ରତି ଘରୋଇ ଓ ବିଦେଶୀ ନିବେଶକଙ୍କ ଆଗ୍ରହ ବେଶ ବଢ଼ିଥିବା ଦେଖାଯାଇଛି, ଯାହାର ପ୍ରତିଫଳନ ମଙ୍ଗଳବାର ଷ୍ଟକ୍‌ ବଜାରରେ ଦୃଷ୍ଟିଗୋଚର ହୋଇଥିଲା।

Share