Categories: ବାଣିଜ୍ୟ

ସେନସେକ୍ସ ୭୯୩ ପଏଣ୍ଟ ବଢ଼ିଲା;୨.୪୧ ଲକ୍ଷ କୋଟି ସହ ନିବେଶକ ମାଲାମାଲ

ମୁମ୍ବାଇ,୨୭-୮: ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା ଏବଂ ଆଗାମୀ ଦିନରେ ଚାଇନା ଓ ଆମେରିକା ମଧ୍ୟରେ ପୁନର୍ବାର ବାଣିଜ୍ୟ ଯୁଦ୍ଧ ନେଇ ଆଲୋଚନା ହେବାର ସମ୍ଭାବନା ଭିତରେ ସୋମବାର ଦେଶର ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ ବୃଦ୍ଧି ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ୭୯୨.୯୬ ପଏଣ୍ଟ ବଢ଼ି ୩୭,୪୯୪.୧୨ ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୨୨୮.୫୦ ପଏଣ୍ଟ ବୃଦ୍ଧି ପାଇ ପୁନର୍ବାର ୧୧ହଜାର ସ୍ତର ଅତିକ୍ରମ କରି ୧୧,୦୫୭.୮୫ରେ ବନ୍ଦ ହୋଇଛି। ଫଳରେ ନିବେଶକଙ୍କୁ ୨.୪୧ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି। ଏହି କାରଣରୁ ସୋମବାର ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨,୪୧,୯୭୫.୫୯ କୋଟି ଟଙ୍କା ବୃଦ୍ଧି ପାଇ ୧,୪୦,୩୪,୪୬୨.୧୯ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି।ମୁମ୍ବାଇ,୨୭-୮: ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା ଏବଂ ଆଗାମୀ ଦିନରେ ଚାଇନା ଓ ଆମେରିକା ମଧ୍ୟରେ ପୁନର୍ବାର ବାଣିଜ୍ୟ ଯୁଦ୍ଧ ନେଇ ଆଲୋଚନା ହେବାର ସମ୍ଭାବନା ଭିତରେ ସୋମବାର ଦେଶର ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ ବୃଦ୍ଧି ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ୭୯୨.୯୬ ପଏଣ୍ଟ ବଢ଼ି ୩୭,୪୯୪.୧୨ ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୨୨୮.୫୦ ପଏଣ୍ଟ ବୃଦ୍ଧି ପାଇ ପୁନର୍ବାର ୧୧ହଜାର ସ୍ତର ଅତିକ୍ରମ କରି ୧୧,୦୫୭.୮୫ରେ ବନ୍ଦ ହୋଇଛି। ଫଳରେ ନିବେଶକଙ୍କୁ ୨.୪୧ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି। ଏହି କାରଣରୁ ସୋମବାର ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨,୪୧,୯୭୫.୫୯ କୋଟି ଟଙ୍କା ବୃଦ୍ଧି ପାଇ ୧,୪୦,୩୪,୪୬୨.୧୯ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି।

Share