ନୂଆଦିଲ୍ଲୀ, ୨୧।୬: ଭାରତ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଏଡିଏସ୍ ବିପି ରାଓ୍ବତଙ୍କ ସମେତ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରାଓ୍ବଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର୍.କେ.ଏସ୍. ଭଦୋରିଆ ଏବଂ ନୌସେନା ମୁଖ୍ୟ କରମବୀର ସିଂଙ୍କ ସହିତ ଆଲୋଚନା କରିଛନ୍ତି। ଚାଇନାର ଅନୁପ୍ରବେଶ ରୋକିବା ପାଇଁ ସୀମାରେ ମୁତୟନ ଥିବା ସେନାଙ୍କୁ ଅଧିକ କ୍ଷମତା ଦିଆଯିବାକୁ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଭାରତୀୟ ସେନାକୁ ଆଲର୍ଟ ରଖାଯାଇଛି।