ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍‌ ଖବରଦାତାଙ୍କୁ ହତ୍ୟା

ଇସ୍‌ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍‌ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ ଖାନ୍‌ ନାମକ ଉକ୍ତ ୨୨ ବର୍ଷୀୟ ଖବରଦାତାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ମହମ୍ମଦଙ୍କର ୧୬ ହଜାର ଟ୍ବିଟର ଫଲୋର ସାଙ୍ଗକୁ ୟୁଟ୍ୟୁବ ଚ୍ୟାନେଲ୍‌ରେ ୪୮ ହଜାର ଓ ଫେସ୍‌ବୁକ୍‌ରେ ୨୨ ହଜାର ଫଲୋର ଅଛନ୍ତି। ଏହା ବ୍ୟତୀତ ସେ ଜଣେ ମୁକ୍ତବୃତ୍ତ ଖବରଦାତା। ରବିବାର ରାତିରେ ତାଙ୍କୁ କେହି ଫୋନ୍‌ କରି ଡାକିଥିଲେ। ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ସେଠାରେ ପହଞ୍ଚତ୍ବା ପରେ ପାଖ ଜଙ୍ଗଲକୁ ନେଇଯାଇ ହତ୍ୟା କରାଯାଇଥିଲା। ଖାନ୍‌ଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Share