ମୁମ୍ବାଇ,୧୦।୯:ଦକ୍ଷିଣ ମୁମ୍ବାଇର ଜଣେ ସମାଜସେବୀ ଭାରତୀୟ ସେନାକୁ ୨ ଏକର ଜମି ଦାନ ଦେଇଛନ୍ତି। ଏହି ଜମିର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ରାଧା କଳିନଦାସ ଦରୟାନିନୀ ଟ୍ରଷ୍ଟର ମୁଖ୍ୟ ଦରୟାନାନୀ ଲୋନାଓ୍ବାଲାା କାହ୍ନେଗାଓଁରେ ଥିବା ଜମିକୁ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏସକେ ସୈନୀଙ୍କ ଉପସ୍ଥିତିରେ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଜମିରେ ମହାରାଷ୍ଟ୍ରର ପ୍ରଥମ ଏବଂ ଦେଶର ଦ୍ୱିତୀୟ ଲ’ କଲେଜ ପ୍ରତିଷ୍ଠା ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୮ରେ ମଧ୍ୟ ଦରୟାନାନୀ ସେନାକୁ ଜମି ଦାନ କରିଥିଲେ।