ସେନାଙ୍କୁ ଜାଣନ୍ତୁ ଏନ୍‌ସିସି କ୍ୟାଡେଟ୍‌

ବ୍ରହ୍ମପୁର ଅଫିସ,୧୨ା୮-ଗୋଳାବନ୍ଧ ଆର୍ମି ଏୟାର୍‌ ଡିଫେନ୍ସ କଲେଜରେ ରବିବାର ‘ନୋ ଇୟୋର୍‌ ଫୋର୍ସ (ସେନାଙ୍କୁ ଜାଣନ୍ତୁ)’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟ ଯଥା ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲ, ଡିଏଭି ସ୍କୁଲ ଏବଂ ଡିପଲ୍‌ ସ୍କୁଲର ଗାର୍ଲସ ଏନ୍‌ସିସି କ୍ୟାଡେଟଙ୍କ ସହ ସିଟି ହାଇସ୍କୁଲର ଏନ୍‌ସିସି କ୍ୟାଡେଟ୍‌ମାନେ ଭାଗ ନେଇଥିଲେ। ବିଭିନ୍ନ ଯୁଦ୍ଧାସ୍ତ୍ରକୁ ଅତି ପାଖରୁ ଦେଖିବା ସହ ସେଗୁଡ଼ିକର ଚାଳନା ସମ୍ପର୍କରେ ଆଂଶିକ ତାଲିମ୍‌ ନେଇଥିଲେ। ଯୁଦ୍ଧାସ୍ତ୍ରଗୁଡ଼ିକୁ ନେଇ ଥିବା ଦ୍ୱନ୍ଦ୍ୱକୁ ଛାତ୍ରୀମାନେ ପ୍ରଶ୍ନ ମାଧ୍ୟମରେ ପଚାରିବା ସହ ଉତ୍ତର ଜାଣିଥିଲେ। ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲର ଏଏନ୍‌ଓ ସରିତା ପଣ୍ଡା, ଡିଏଭି ସ୍କୁଲର ଏନ୍‌ଓ ମାନସ ଦାସ ଏବଂ ଡିପଲ୍‌ ସ୍କୁଲର ଏନ୍‌ଓ ମିନତି ପଣ୍ଡା, ସିଟି ହାଇସ୍କୁଲର ଚିଫ୍‌ ଅଫିସର ଗୋପାଳ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।