Posted inଜାତୀୟ

ସେନାଧ୍ୟକ୍ଷଙ୍କ ସିଏଏ ମନ୍ତବ୍ୟକୁ ନେଇ ବିବାଦ:ଅବସର ବେଳେ ଅଡ଼ୁଆ

ନୂଆଦିଲ୍ଲୀ,୨୭-୧୨(ପି.ଟି.):ସିଏଏକୁ ବିରୋଧ କରିବା ଲାଗି ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ ବୋଲି ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାଓ୍ବତ୍‌ ଗୁରୁବାର କହିଛନ୍ତି। ଉଗ୍ର ହିଂସାକାଣ୍ଡ, ପୋଡ଼ାଜଳା କରିବା ଲାଗି ଯୁବ, ଛାତ୍ରଙ୍କୁ ଏକାଠି କରି ବାଟବଣା କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି। ଜଣେ ନେତା ଲୋକଙ୍କୁ ଠିକ୍‌ ବାଟ ଦେଖାଇବା ଉଚିତ। ଜନସାଧାରଣଙ୍କ ସମ୍ପତ୍ତି ଭାଙ୍ଗିବା ଓ ପୋଡ଼ାଜଳା କରିବା ଲାଗି ପ୍ରବର୍ତ୍ତାଇବା ଠିକ୍‌ନୁହେଁ। ପ୍ରକାଶଥାଉ କି, ଜେନେରାଲ ରାଓ୍ବତ୍‌ ଆଗାମୀ ୩୧ରେ ଅବସର ଗ୍ରହଣ କରୁଛନ୍ତି। ସିଡିଏସ୍‌ ପଦବୀରେ ସେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି।
ସେନାଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ରାଜନୈତିକ ପ୍ରସଙ୍ଗ ଉପରେ ସେନାଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି କଂଗ୍ରେସ କହିଛି। କଂଗ୍ରେସ ମୁଖପାତ୍ର ବ୍ରିଜେଶ୍‌ କଲାପ୍ପା, ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆସାଦୁଦ୍ଦିନ୍‌ ଓଓ୍ବାଇସି ଜଣେ ଜଣଙ୍କ କାର୍ଯ୍ୟାଳୟର ପରିସୀମା ଜାଣିବା ଦରକାର ବୋଲି ସମାଲୋଚନା କରି କହିଛନ୍ତି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ସାମ୍ପ୍ରଦାୟିକ ହିଂସା ଓ ଗଣହତ୍ୟା ଲାଗି ବାଟ ଫିଟାଉଥିବା ଲୋକଙ୍କୁ ବି ନେତା କୁହାଯିବା ଅନୁଚିତ ବୋଲି ଜବାବ୍‌ ଦେଇ ମତ ରଖିଛନ୍ତି। ସିପିଏମ୍‌ ପକ୍ଷରୁ ସେନାଧ୍ୟକ୍ଷଙ୍କ ବିବୃତିକୁ ନେଇ ସମାଲୋଚନା କରାଯାଇଛି। ତାଙ୍କ ରାଜନୈତିକ ମନ୍ତବ୍ୟ ସଂସ୍ଥାଗତ ଭୂମିକାର ସୀମା ଲଙ୍ଘନ କରୁଛି ଓ ଏଥିଲାଗି ସେ କ୍ଷମା ମାଗିବା ଉଚିତ ବୋଲି ସିପିଏମ୍‌ ପଲିଟି ବ୍ୟୁରୋ ପକ୍ଷରୁ ଦର୍ଶାଯାଇଛି। ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ପଦାଧିକାରୀ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ସିପିଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି। ପାକିସ୍ତାନ ଭଳି ସେନାର ରାଜନୀତିକରଣ ଆଡ଼କୁ ଯିବା ଅନୁଚିତ। ଭାରତ ସ୍ବାଧୀନତା ଇତିହାସରେ ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ରାଜନୀତି କଥା କହି ଗଣତାନ୍ତ୍ରିକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ଅନୁଚିତ ବୋଲି ସିପିଏମ୍‌ କହିଛି। ଏଥିଲାଗି ଦେଶକୁ ସେ କ୍ଷମା ମାଗିବା ଦରକାର ବୋଲି ଦଳ ପକ୍ଷରୁ ଦର୍ଶାଯାଇଛି। ମାନବାଧିକାର କର୍ମୀ ଯୋଗେନ୍ଦ୍ର ଯାଦବ କହିଛନ୍ତି, ପାକିସ୍ତାନ ଓ ବାଂଲାଦେଶରେ ସେନା ରାଜନୀତିର ଭାଷା କହେ। ହେଲେ ଭାରତରେ ଏଭଳି ଘଟଣା ଦୀର୍ଘ ୭୦ ବର୍ଷ ହେବ ଶୁଣିବାକୁ ମିଳି ନ ଥିଲା। ସେନାଧ୍ୟକ୍ଷଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ…

ନୂଆଦିଲ୍ଲୀ,୨୦।୧୧: ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଅପଡେଟ୍‌। ଏବେ ନ୍ୟୁଜ ଚ୍ୟାନେଲ ନୁହେଁ ୟୁଟ୍ୟୁବରେ ପ୍ରସାରିତ ହେବ ବୁଥ୍‌ ବାହୁଡା ମତ। ଏନେଇ ଆସିଛି ବଡ଼...

ମହାରାଷ୍ଟ୍ରରେ କିଏ ଗଢିବ ସରକାର, କହିଦେଲେ…

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ତଥା ସାକୋଲିର ଦଳର ପ୍ରାର୍ଥୀ ନାନା ପାଟୋଲେ...

ମହାରାଷ୍ଟ୍ର-ଝାଡଖଣ୍ଡରେ କିଏ ମାରିବ ବାଜି, ଏକଜିଟ ପୋଲ୍‌ ପୂର୍ବରୁ ବଡ଼ ଓଲଟପାଲଟ!

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଶେଷ ପର୍ଯ୍ୟାୟର ମତଦାନ ଜାରି ରହିଛି। ମହାରାଷ୍ଟ୍ରରେ ଯେତେବେଳେ ଲୋକମାନେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ଟି ଆସନରେ ନିଜର ମତଦାନ...

ମହାରାଷ୍ଟ୍ର ନିର୍ବାଚନ: ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଜିତ ପାଓ୍ବାର ଦେଲେ ବଡ଼ ବୟାନ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସେପଟେ, ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସିଏମ ଚେହେରାକୁ ନେଇ ଏକ...

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ

ପୁଣେ,୨୦।୧୨:ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍‌ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ...

‘ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ବ୍ୟବହାର ଭାଷାଗତ ସ୍ବେଚ୍ଛାଚାରିତା’

ଚେନ୍ନାଇ,୨୦ା୧୧(ପି.ଟି.):ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର...

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର...

ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା

ନୂଆଦିଲ୍ଲୀ, ୨୦।୧୧: ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ସୋମବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri