Categories: ଜାତୀୟ

ସେନାରେ ବଡ଼ ଧରଣର ଅଦଳବଦଳ: ନରାଓ୍ବନେ ଉପମୁଖ୍ୟ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ସେନା ଉପମୁଖ୍ୟଙ୍କ ନିଯୁକ୍ତି ସହିତ ଅନ୍ୟ କମାଣ୍ଡର ପଦବୀ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ ବୋଲି କୁହାଯାଉଛି। ସେନା ଉପମୁଖ୍ୟ ଭାବେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌. ନରାଓ୍ବନେଙ୍କୁ ନିଯୁକ୍ତ କରାଯିବା ନେଇ ସବୁଜ ସଙ୍କେତ ମିଳିଛି। ଏହି ପଦବୀରେ ଏବେ ଲ୍ୟୁଟ୍‌ନାଟ୍‌ ଜେନେରାଲ ଦେବରାଜ ଅମ୍ବୁ କାର୍ଯ୍ୟ କରୁଛନ୍ତି। ସେ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବେ। ସେହିପରି ଚଳିତ ସେପ୍ଟେମ୍ବରରେ ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଅବସର ଗ୍ରହଣ କରୁଛନ୍ତି। ତାଙ୍କ ସ୍ଥାନରେ ନିଯୁକ୍ତି ପାଇଁ ଦୌଡ଼ରେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌. ନରାଓ୍ବନେଙ୍କ ସହିତ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ରନବୀର ସିଂ ରହିଛନ୍ତି।

Share