ସେନାରେ ଭର୍ତ୍ତି କରିବାକୁ ତାଲିମ ପ୍ରଦାନ : ୨୧୬ ବାଟାଲିୟନର ଅଭିନବ ପ୍ରୟାସ

ନୂଆପଡା ଅଫିସ,୧୧ା୮
ନୂଆପଡା ଭଳି ଉପାନ୍ତ ଜିଲାରେ ମାଓବାଦୀମାନେ ବିଭିନ୍ନ ସମୟରେ ଉପଦ୍ରବ ଚଳାଇଥିବାବେଳେ ଯୁବ ଗୋଷ୍ଠୀଙ୍କୁ ମୁଖ୍ୟ ସୋ୍ରତରେ ସାମିଲ କରିବାକୁ ଏଠାରେ ଅବସ୍ଥାପିତ ସିଆରପିଏଫ ୨୧୬ ବାଟାଲିୟନ ମୁଖ୍ୟ ଅଭିନବ ପ୍ରୟାସ ଚଳାଇଛନ୍ତି । ଜିଲାରୁ ସେନା ବାହିନୀରେ ଅଧିକରୁ ଅଧିକ ସଂଖ୍ୟାରେ ଯୁବବର୍ଗ ଉତ୍ସାହିତ ହୋଇ ଦେଶ ସେବାରେ ବ୍ରତୀ ହେବାକୁ ତାଲିମ ପ୍ରଦାନ କରାଯାଉଛି । ଜିଲାରୁ ନିକଟରେ ସିଏପିଏଫ ସିପାହୀରେ ସାମିଲ ହେବାକୁ ୧୩୦୦ ଯୁବକଙ୍କୁ ପରୀକ୍ଷା ପାଇଁ ଆବେଦନ କରାଇଥିଲେ । ତନ୍ମଧ୍ୟରୁ ବହୁ ଯୁବକ ଲିଖିତ ପରୀକ୍ଷାରେ ପାସ କରିଛନ୍ତି । ସେମାନଙ୍କ ଆଗକୁ ଶାରିରୀକ ପରୀକ୍ଷା ରହିଛି । ଏଥିରେ କିପରି ଅଧିକ ସଂଖ୍ୟକ ଯୁବକ ଉତ୍ତୀର୍ଣ୍ଣ କରିପାରିବେ ସେଥିପାଇଁ ତାଲିମ ପ୍ରଦାନ କରାଯାଇଛି । ସ୍ଥାନୀୟ ଏରୋଡ୍ରମ ପଡିଆରେ ଦିନକର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମାଣ୍ଡାଣ୍ଟ ରାଜେଶ ବତ୍ସ, ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ନରେନ୍ଦ୍ରସିଂ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ମୋଟ ୨୯ଜଣ ଯୁବକ ତାଲିମ ନେଇଛନ୍ତି । ଯୁବକଙ୍କ ମଧ୍ୟରେ ଦେଶ ସେବାର ଭାବନା ଜାଗ୍ରତ କରିବା ସହ କର୍ମନିୟୋଜନ କରିବା ଏହାର ଲକ୍ଷ୍ୟ ବୋଲି କମାଣ୍ଡାଣ୍ଟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’

ନୂଆପଡା,୧୧।୧୨(ମକାରୁ ବେମାଲ): କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ଲିଡ୍‌ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀର୍ଷକ ସଚେତନତା ଶିବିର ଆସନ୍ତା...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ

ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍‌ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri