ଡେରାଡୁନ୍,୧୯ା୨: ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ ଗତବର୍ଷ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଙ୍କ ସ୍ତ୍ରୀ ନିକିତା କୌଲ୍ ଖୁବ୍ଶୀଘ୍ର ସେନାରେ ଯୋଗଦେବାକୁ ଯାଉଛନ୍ତି। ସେ ସେନାରେ ଭର୍ତ୍ତି ହେବା ପାଇଁ ସର୍ଟ ସର୍ଭିସ୍ କମିଶନ (ଏସ୍ଏସ୍ସି) ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମେରିଟ୍ ଲିଷ୍ଟ ଆସିବା ପରେ ସେ ଭାରତରେ ସୈନ୍ୟବାହିନୀରେ ସାମିଲ ହେବେ। ଏହା ତାଙ୍କ ସ୍ବାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ନିକିତା କହିଛନ୍ତି। ଏବେ ଦିଲ୍ଲୀରେ ମାଆବାପାଙ୍କ ସହ ରହୁଥିବା ନିକିତା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି। ସେ ତାଙ୍କ ସ୍ବାମୀଙ୍କ ଭଳି ଜଣେ ଭଲ ଅଫିସର ହେବାକୁ ଚାହାନ୍ତି ବୋଲି କହିଛନ୍ତି।